Categories: ଜାତୀୟ

ଦେଶ ନିର୍ମାଣରେ ଶିକ୍ଷକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶ ନିର୍ମାଣରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୋନିଆ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କର୍ତ୍ତବ୍ୟନିଷ୍ଠା, ଦେଶ ପ୍ରତି ଦାୟିତ୍ୱବୋଧ ଆଦି ଭାବନା ଜାଗ୍ରତ କରାଇବା କ୍ଷେତ୍ରରେ ଶିକ୍ଷକ ଏକ ମାଧ୍ୟମ ପାଲଟିଥାନ୍ତି ବୋଲି ସୋନିଆ କହିଛନ୍ତି।

Share