ଦେଶ ପାଇଁ ଆଗେଇ ଆସିଲେ ଅନୁଷ୍କା

ଆଜିକାଲି ଦେଶରେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାର ଲୋକଙ୍କ ଜୀବନ ଯାଉଛିି। ଏଭଳି ପରିସ୍ଥିତିରେ ସମସ୍ତ ସେଲିବ୍ରିଟି ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଲୋକଙ୍କୁ ସଚେତନ କରିଛନ୍ତି। ଏ ସମ୍ପର୍କରେ ଅନୁଷ୍କା ଶର୍ମା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଭିଡିଓରେ ଅନୁଷ୍କା କହୁଛନ୍ତି- ସମସ୍ତଙ୍କୁ ନମସ୍କାର, ଆଶା କର ଆପଣ ସମସ୍ତେ ସୁରକ୍ଷିତ ରହିବେ। ଜନ୍ମଦିନର ଶୁଭେଚ୍ଛା ପାଇଁ ମୁଁ ତୁମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହେଁ। ଆପଣ ସମସ୍ତେ ପ୍ରକୃତରେ ମୋର ଦିନକୁ ସ୍ବତନ୍ତ୍ର କରିଛନ୍ତି। କିନ୍ତୁ ଏହି ଯନ୍ତ୍ରଣାଦାୟକ ସମୟ ମଧ୍ୟରେ, ମୁଁ ମୋର ଜନ୍ମଦିନ ପାଳନ କରିବା ଠିକ ଅନୁଭବ କରି ନାହିଁ। ଅନୁଷ୍କା ଆହୁରି କହିଉନ୍ତି- ଏହି ସମୟରେ ସମସ୍ତଙ୍କ ପାଇଁ ମୋର ଏକ ବିଶେଷ ବାର୍ତ୍ତା ଅଛି। ଦେଶର ଏହି ସଙ୍କଟ ପରିସ୍ଥିତିରେ ମୁଁ ଦେଶକୁ ଏକଜୁଟ ହୋଇ ସମର୍ଥନ କରିବାକୁ ନିବେଦନ କରୁଛି। ବିରାଟ ଏବଂ ମୁଁ ଆମର ସାମାନ୍ୟ ସମର୍ଥନ ଦେବାକୁ ଏକାଠି ହେଉଛୁ। ଆମେ ଶୀଘ୍ର ସବିଶେଷ ତଥ୍ୟ ଆପଣଙ୍କ ଆଗରେ ରଖିବୁ ଯାହା ଦ୍ୱାରା ଆପଣ ମଧ୍ୟ ଏହି ଆନ୍ଦୋଳନର ଏକ ଅଂଶ ହୋଇପାରିବେ। ମନେରଖନ୍ତୁ, ଆମେ ସମସ୍ତେ ଏକାଠି ଅଛୁ। ବନ୍ଧୁଗଣ, ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି।
ଅନୁଷ୍କା ଶର୍ମା ଶେଷ ଥର ପାଇଁ ଶାହରୁଖ ଖାନଙ୍କ ସହିତ ଆନନ୍ଦ ଏଲ ରୟଙ୍କ ‘ଜିରୋ’ରେ ବଡ ପରଦାରେ ନଜର ଆସିଥିଲେ। ସେ ଏବେ ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କ ଡେବ୍ୟୁ ଫିଲ୍ମ ‘କାଲା’ ନିର୍ମାଣ କରୁଛନ୍ତି, ଯାହା ନେଟଫ୍ଲିକ୍ସରେ ରିଲିଜ୍‌ ହେବ।

Share