Categories: ଜାତୀୟ

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଆସୋଚାମ ୧୦୦ ବର୍ଷରେ ପଦାର୍ପଣ କରିବା ଏକ ବଡ ଅନୁଭୂତି। ଏଥିପାଇଁ ସେ ଆସୋଚାମର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସମ୍ବୋଧିତ କରିବା ସମୟରେ ମୋଦି ପରୋକ୍ଷରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଏକ ସାହସିକ ନିଷ୍ପତ୍ତି ବୋଲି ମଧ୍ୟ କହିଛନ୍ତି। ତେବେ ଦୀର୍ଘ ୭୦ ବର୍ଷର ଅଭ୍ୟାସକୁ ବଦଳାଇବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପାଇଁ କିଛି କରିବାକୁ ହେଲେ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାଏ। ସୂଚନାଯୋଗ୍ୟ, ସିଏଏକୁ ନେଇ ସମଗ୍ର ଦେଶରେ ଯେଭଳି ହିଂସାର ବାତାବରଣ ସୃଷ୍ଟି ହୋଇଛି ତାକୁ ଲକ୍ଷ୍ୟକରି ମୋଦି ଏହା କହିଛନ୍ତି। ଦେଶରେ ଲାଗୁ ହୋଇଥିବା ଜିଏସ୍‌ଟିକୁ ନେଇ ମଧ୍ୟ ମୋଦି ସେଠାରେ ଆଲୋଚନା କରିଥିଲେ।

Share