ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି

ଗାଜିଆବାଦ୍‌,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍‌ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ ଦେଶ ପାଇଁ ଶହୀଦ ହେବା ପରେ ସେ ୩୫୦ ଗରିବ ପିଲାଙ୍କୁ ସେନାରେ ତ୍ତର୍ତ୍ତି ପାଇଁ ପ୍ରେରିତ କରୁଛନ୍ତି। ଗାଜିଆବାଦର ଇନ୍ଦିରାପୁରମ୍‌ରେ ରହୁଥିବା ବାୟୁ ସେନାର ସ୍କ୍ବାଡ୍ରନ୍‌ ଲିଡର ଶିଶିର ତିଓ୍ବାରୀ ଦୁଇବର୍ଷ ପୂର୍ବେ ଏକ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ୍‌ ହୋଇଥିଲେ। ପୁଅକୁ ହରାଇବା ପରେ ସବିତା କିଛି ଗରିବ ପିଲାଙ୍କୁ ନିଜ ପୁଅ ଭାବି ସେମାନଙ୍କୁ ବଞ୍ଚିବାର ନୂତନ ରାହା ଯୋଗାଇଛନ୍ତି। ୨୦୧୮, ଅଗଷ୍ଟ ୧୫ରେ ସ୍ବାମୀ ଶରଦ ତିଓ୍ବାରୀଙ୍କ ସହ ମିଶି ଏକ ଟ୍ରଷ୍ଟ ଗଠନ କରିଥିଲେ। ଏହି ଟ୍ରଷ୍ଟ ଜରିଆରେ ଏବେ ସବିତା ୩୫୦ ଜଣ ଗରିବ ପିଲାଙ୍କୁ ମାଗଣା ପାଠ ପଢାଇବା ସହ ସେମାନଙ୍କୁ ଖାଦ୍ୟପେୟ ଯୋଗାଇଦେଉଛନ୍ତି। ସେମାନଙ୍କୁ ସେନାରେ ଭର୍ତ୍ତି ପାଇଁ ଚେଷ୍ଟା ଚଳାଇଛନ୍ତି। ଭବିଷ୍ୟତରେ ଏହି ପିଲାମାନେ ସୈନ୍ୟ, ପୋଲିସ ଅଫିସର, ଓକିଲ ଏବଂ ଡାକ୍ତର ହେଲେ ମୋ ପୁଅ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସବିତା କହିଛନ୍ତି।

Share