ଦେଶ ପାଇଁ ଶହୀଦ ହେଲେ ରଣାମୁଣ୍ଡଳୀ ଗ୍ରାମର ଅଭିରାମ, ତ୍ରିରଙ୍ଗାମୟ ହେଲା ବସ୍ତା ବଜାର

ବସ୍ତା,୧୫।୨(ଡି.ଏନ୍‌.ଏ.): ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଥିବା ବସ୍ତା ବ୍ଲକ ରଣାମୁଣ୍ଡଳୀ ଗ୍ରାମର ଅଭିରାମ ଦେଶ ପାଇଁ ଶହୀଦ ହୋଇଥିବା ଜଣାପଡ଼ିଛି। ସେ ପ୍ରତିରକ୍ଷା ବିଭାଗରେ କାମ କରୁଥିବା ବେଳେ ଶହୀଦ ହୋଇଛନ୍ତି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ମରଶରୀରକୁ ସମ୍ମାନ ଜଣାଇବା ପାଇଁ ବସ୍ତା ବଜାର ତ୍ରିରଙ୍ଗାମୟ ହୋଇଥିବା ଦେଖିବାକୁ ମିଳିଛି। ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଜଣାପଡ଼ିଛି।

Share