Categories: ଜାତୀୟ

ଦେଶ ସାରା ଏନ୍‌ଏଆର୍‌ସି ଲାଗୁ ପାଇଁ ଏବେ ନାହିଁ ଯୋଜନା: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୨: ଦେଶ ସାରା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଏଆର୍‌ସି) ଲାଗୁ କରିବା ପାଇଁ ଏବେ ଯୋଜନା ନାହିଁ। ଏନେଇ ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି। ଲୋକ ସଭାରେ ଏମ୍‌ପି ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ଜବାବ ଦେଇଛନ୍ତି। ଏନ୍‌ଆର୍‌ସି ଲାଗୁ ନେଇ କେନ୍ଦ୍ର ସରକାର କିଭଳି ପଦକ୍ଷେପ ନେଉଛନ୍ତି, ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନ ହୋଇଛି କି ନାହିଁ ଆଦି ୪ଟି ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ବୟାନ ଉପସ୍ଥାପନ କରିଛନ୍ତି। ଏହାର ଉତ୍ତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେବାର ଥିଲା। ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉତ୍ତର ଦେଇ ପାରି ନ ଥିଲେ।

Share