Categories: ବାଣିଜ୍ୟ

ଦୈନିକ ରେକର୍ଡ ଭାଙ୍ଗୁଛି ସୁନା ଦର;ମହଙ୍ଗା ହୋଇଚାଲିଛି ରୁପା

ନୂଆଦିଲ୍ଲୀ,୯-୮: ସୁନା ଦର ଦୈନିକ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ସେହିପରି ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୫୫୦ ଟଙ୍କା ବୃଦ୍ଧି ପାଇ ୩୮,୪୭୦ ଟଙ୍କାରେ ପହଞ୍ଚତ୍ ଏକ ନୂଆ ରେକର୍ଡ କରିଛି। ରୁପା ଦର ମଧ୍ୟ ପଛେଇ ଯାଇନାହିଁ। ଏହା କେଜି ପ୍ରତି ୬୩୦ ଟଙ୍କା ବୃଦ୍ଧି ପାଇ ପ୍ରଥମଥର ୪୪ ହଜାର ସ୍ତର ଟପି ୪୪,୩୦୦ ଟଙ୍କାରେ କାରବାର ବନ୍ଦ ହୋଇଛି। ଉଦ୍ୟୋଗ ଜଗତ ଏବଂ ମୁଦ୍ରା ନିର୍ମାତାଙ୍କ ମଧ୍ୟରେ ଚାହିଦା ବୃଦ୍ଧି କାରଣରୁ ରୁପା ଦର ଆକାଶଛୁଅଁା ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଘରୋଇ ଅର୍ଥନୀତିକୁ ମାନ୍ଦାବସ୍ଥା ଗ୍ରାସ କରିବାକୁ ଯାଉଥିବା ବେଳେ ଆମେରିକା-ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ବଢ଼ିବା କାରଣରୁ ଏବେ ନିବେଶକମାନେ ସୁନା ଓ ରୁପାକୁ ନିଜର ସୁରକ୍ଷିତ ନିବେଶ ଭାବେ ମନେ କରୁଛନ୍ତି। ଏହି କାରଣରୁ ଗତ କିଛି ଦିନ ହେବ ଉଭୟ ସୁନା ଓ ରୁପା ମୂଲ୍ୟ ଉର୍ଦ୍ଧ୍ୱମୁଖୀ ହୋଇଚାଲିଛି। ଇତିମଧ୍ୟରେ କାରବାର ବନ୍ଦ ବେଳକୁ ବିଶ୍ୱ ବଜାରରେ ସୁନା ଦର ପ୍ରତି ଆଉନ୍ସ ୧୪୯୭.୪୦ ଡଲାର ଥିଲା ବେଳେ ରୁପା ଦର ୧୭.୧୬ ଡଲାର ରହିଥିଲା। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନ ତଥ୍ୟ ଅନୁଯାୟୀ ଗୁରୁବାର ୯୯.୯ ପ୍ରତିଶତ ଏବଂ ୯୯.୫% ସୁନା ଦର ୫୫୦ ଟଙ୍କା ବଢ଼ି ଯଥାକ୍ରମେ ୩୮,୪୭୦ ଟଙ୍କା ଏବଂ ୩୮,୩୦୦ ଟଙ୍କା ରହିଛି। ବୁଧବାର ସୁନା ଦର ୧୧୧୩ ଟଙ୍କା ବଢ଼ିଥିଲା।

Share