Categories: ପୁରୀ

ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ

କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି ବିଭିନ୍ନ ବାହାନା କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାସହ କଣାସ ବ୍ଲକରେ ଥିବା ହାଟ, ବଜାରରେ ଅଯଥା ଭିଡ଼ ଜମାଉଥିବାରୁ ଲୋକକୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି କଣାସ ବ୍ଲକ ପ୍ରଶାସନ କଣାସ ହାଟକୁ ଅସ୍ଥାୟୀ ଭାବେ ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର କରି ଦିଆଯାଇଛି। ସପ୍ତାହରେ୍‌ ୨ଦିନ ସୋମବାର ଓ ଶୁକ୍ରବାର ହେଉଥିବା କଣାସ ହାଟ ପ୍ରବଳ ଜନ ଗହଳି ହେବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ତେବେ ଶୁକ୍ରବାର ବିଡିଓଙ୍କ ସମେତ ତହସିଲଦାର ଉମାକାନ୍ତ ରାଉତ, କଣାସ ଥାନା ଆଇ.ଆଇ.ସି ତପନ ରାଉତ ସହ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବେପାରୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କହିବା ସହ ଭିଡ଼ ନ ଜମାଇ ବ୍ୟବସାୟ କରିବାକୁ କୁହାଯାଇଥିଲା।