ଦୋକାନରୁ ୧୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୯(ଡି.ଏନ.ଏ):ଦିନ ଦ୍ବିପ୍ରହରରେ ଝାରସୁଗୁଡା ବାଇପାଶ ରାସ୍ତାରେ ଥିବା ଶ୍ରୀୟା ଟ୍ରେଡସ ନାମକ ଏକ ହୋଲସେଲ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି। ଗୁରୁବାର ଖରାବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟ କରି ଫେରାର୍‌ ହୋଇଯାଇଛନ୍ତି। ଖବର ପାଇ ଏସପି ଅଶ୍ୱିନ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସୁନ୍ଦରଗଡ, ସମ୍ବଲପୁର ଓ ବ୍ରଜରାଜନଗର ରାସ୍ତାକୁ ସିଲ କରି ଯାନବାହନ ଯାଞ୍ଚ ଚଳାଇଛି।