ଦୋକାନରେ କାମ କରୁଛନ୍ତି ଶିଶୁଶ୍ରମିକ, ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା

ଆନନ୍ଦପୁର,୧୩ା୬(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବଜାରରେ ଜଣେ ଶିଶୁଶ୍ରମିକ ପାଣି ବୋହୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାବାଳକ ଜଣକ ନିୟମିତ ଭାବେ ପାଣି ବୋହିବା କାର୍ଯ୍ୟଠାରୁ ଆରମ୍ଭ କରି ଦୋକାନରେ ପ୍ଲେଟ୍‌ ଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିବା ଦେଖାଯାଇଛି। ଗୋଟିଏ ପଟେ ଶିଶୁଶ୍ରମିକ ନିରୋଧ ଆଇନ ଏବଂ ଏଥି ନିମନ୍ତେ ସରକାରୀସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଆନନ୍ଦପୁର ଅଞ୍ଚଳରେ ଶିଶୁଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାର ନାଁ ଧରୁନି। ପ୍ରଶାସନିକ ଅଧିକାରୀମାନେ ଘଟଣାକୁ ଅଣଦେଖା କରିବା ପରିତାପର ବିଷୟ ପାଲଟିଛି।