ସରକାର ଖୁଚୁରା ସାର ବିକ୍ରେତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ପିଓଏସ୍ ମେଶିନ ସହିତ ଡେସ୍କଟପ୍ କମ୍ପ୍ୟୁଟର ଓ ଲାପ୍ଟପ୍ ବ୍ୟବହାର କରିବାକୁ ଅନୁମତି ଦେବେ। ବର୍ତ୍ତମାନ ସାର ସବ୍ସିଡି କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପିଓଏସ୍ ମେଶିନ ମାଧ୍ୟମରେ କରାଯାଉଛି। ପିଓଏସ୍ ମେଶିନ ଛୋଟ ସ୍କ୍ରିନ ହେଉଥିବାରୁ ବେଳେ ବେଳେ ଏହା ମାଧ୍ୟମରେ ବିକ୍ରି ବ୍ୟବସ୍ଥାରେ ଅସୁବିଧା ଦେଖାଯାଉଛି। ଏହାକୁ ଦୂର କରିବା ପାଇଁ ଦୋକାନୀଙ୍କୁ କମ୍ପ୍ୟୁଟର ବ୍ୟବହାର କରିବାକୁ ଅନୁମତି ଦିଆଯିବ। ବର୍ତ୍ତମାନ ଦେଶରେ ୨.୨୫ ଲକ୍ଷ ସାର ବିକ୍ରେତା ରହିଛନ୍ତି। ତେବେ ପିଓଏସ୍ ମେଶିନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୯-୨୦ରେ ସାର ସବ୍ସିଡି ବାବଦରେ ୭୮ ହଜାର କୋଟି ଟଙ୍କା ପ୍ରଦାନ ଲାଗି ଅନ୍ତରୀଣ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।