ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ ଦେଇ ୨ଟି ଡଙ୍ଗା ଚଳାଚଳ କରୁଥିଲା। ଗତ ଅଗଷ୍ଟ ୪ରୁ ଦୁଇଟି ଯାକ ଡଙ୍ଗା ଫାଟି କଣା ହୋଇଯାଇଥିବାରୁ ଡଙ୍ଗା ଅଚଳ ହୋଇ ପଡିଛି। ଫଳରେ ଉକ୍ତ ନଦୀପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଲୋକେ ଚିତ୍ରକୋଣ୍ଡାଠାରୁ ଉକ୍ତ ଅଞ୍ଚଳକୁ ଯାତାୟାତ ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘାଟକୁ ନୂତନ ଡଙ୍ଗା ଯୋଗାଇ ଦେବାକୁ ଦୋରାଗୁଡା ପଞ୍ଚାୟତବାସୀ ଗ୍ରାମସଭାରେ ପିଇଓ ରାମେଶ୍ୱର ପୂଜାରୀଙ୍କୁ ଭେଟି ବିଡିଓ ଲରିମନ ଖରସେଲଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଖୁବ୍‌ ଶୀଘ୍ର ବିଡିଓଙ୍କୁ ଭେଟି ଦାବିପତ୍ର ଦେଇ ନୂତନ ଡଙ୍ଗା ଯୋଗାଇଦେବାକୁ ବ୍ୟବସ୍ଥା କରିବେ ବୋଲି ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ।

Share