ଦୋଳଯାତ୍ରା ବେଳେ ବାଣ ଫୁଟି ୮ ଆହତ

ଧରାକୋଟ/ ଆସିକା,୧୬ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ଧରାକୋଟ ଥାନା ଢଉଗଁା ପଞ୍ଚାୟତ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ପୌରାଣିକ ନାଟକ ପରିବେଶଣ କରାଯାଉଥିଲା। ନାଟକ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ବେଳେ ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଅଭିମନ୍ୟୁ ବଧ ଦୃଶ୍ୟରେ ଚକ୍ରବାଣ ଫୁଟାଯାଇଥିଲା। ଏହାର ନିଅଁା ଚାରିପଟକୁ ଛିଟିକି ମଞ୍ଚ ତଳେ ରଖାଯାଇଥିବା ବାଣରେ ପଡିବାରୁ ତାହା ଫୁଟିଥିଲା। ଏହା ନିକଟରେ ଥିବା ୮ ଜଣ ଆହତ ହୋଇଥିଲେ। ସେମାନେ ହେଲେ ବିଜୟ ଗୌଡ଼, ଚନ୍ଦନ ବିଶୋଇ, ବାବୁ ବିଶୋଇ, ଓଁ ଗୌଡ଼, ଅରୁଣ ବିଶୋଇ, ରାଜା ଗୌଡ଼, ସୁମନ ରେଡ୍ଡୀ ଓ ବିଜୟ ରେଡ୍ଡୀ ା ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର ଜଣେ ଯାତ୍ରା କମିଟି ସଦସ୍ୟଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଏ ନେଇ ଧରାକୋଟ ଥାନାରେ ନଂ.୪୦/୨୦ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ଯାନିଯାତ୍ରା, ବାହାଘର, ସଂଗଠନ ଓ ଉତ୍ସବ ସହ ଧାର୍ମିକ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇଛନ୍ତି। ଏପରିସ୍ଥଳେ ରାମଚନ୍ଦ୍ରପୁରରେ ନାଟକ ପରିବେଷଣ ପାଇଁ ଥାନା ତରଫରୁ ଅନୁମତି ଦିଆଯାଇନାହିଁ କିମ୍ବା ବାଣ ଫୁଟାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ପ୍ରଶାସନିକସ୍ତରରେ ଏହାର ଅନୁଧ୍ୟାନ କରାଯାଉଛି ବୋଲି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିିଛନ୍ତି।

Share