ଦୋଳି ଖେଳିବା ହେଲା କାଳ, ଫସିଯାଇ ନାବାଳିକା ମୃତ

ନୟାଗଡ଼ ଅଫିସ,୨୧ା୬: ନୟାଗଡ଼ ପୌରପରିଷଦ ୯ ନମ୍ବର ୱାର୍ଡ ହାଟପଦା ସାହିରେ ଜଣେ ନାବାଳିକାଙ୍କ ପାଇଁ ଦୋଳି ଖେଳିବା କାଳ ହୋଇଛି। ଦୋଳି ରଶି ବେକରେ ଫସି ଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହାଟପଦା ସାହିର ମହେଶ୍ୱର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ(୧୧)।
ପ୍ରକାଶ ଯେ, ଶୁକ୍ରବାର ଘରେ କେହି ନ ଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଲକ୍ଷ୍ମୀପ୍ରିୟା ବାରିପଟ ଘରେ ଲାଗିଥିବା ଦୋଳି ଖେଳିବାକୁ ଯାଇଥିଲେ। ଦୋଳି ଖେଳୁଥିବା ବେଳେ ରଶିରେ ତାଙ୍କ ବେକ ଫସି ଯାଇଥିଲା। ଏହାର କିଛି ସମୟ ପରେ ଲକ୍ଷ୍ମୀପ୍ରିୟାଙ୍କ ଜେଜେ ବାପା ବାରିପଟେ ନାତୁଣୀ ଦୋଳି ତଳେ ପଡ଼ିଥିବା ଦେଖିଥିଲେ। ଲକ୍ଷ୍ମୀଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସିଧା ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ, କହିଲେ ପାକିସ୍ତାନ ବର୍ଡରରେ…

ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉତ୍ତରାଖଣ୍ଡର ଜୋଶୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ...

ଜବରଦସ୍ତ ସ୍ମାର୍ଟଫୋନ୍‌ ଲଞ୍ଚ କଲା Realme! ୬,୦୦୦mAh  ବ୍ୟାଟେରୀ ସହ ମିଳିବ IP୬୯ ରେଟିଂ, ଜାଣନ୍ତୁ ମୂଲ୍ୟ  

ନୂଆଦିଲ୍ଲୀ,୨୫।୪: Realme ଭାରତରେ ଏହାର ନୂତନ ମଧ୍ୟମ-ରେଞ୍ଜ ଫୋନ Realme ୧୪T ୫G ଲଞ୍ଚ କରିଛି। ଏହି ଫୋନଟି ୬,୦୦୦mAh ବ୍ୟାଟେରୀ ଏବଂ ୪୫W ଫାଷ୍ଟ...

ଆମେରିକାର ବଡ଼ ଘୋଷଣା, ମିଳିଗଲା ଗ୍ରୀନ ସିଗନାଲ, ଏବେ…

ଓ୍ବାଶିଂଟନ୍‌,୨୫।୪: ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ଭାରତ...

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ...

ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍‌ ଚିଠି

ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ...

ଆଟାକ୍‌ ପରେ ପାକିସ୍ତାନ ସରକାରଙ୍କୁ ଝାଡିଦେଲେ ପାକିସ୍ତାନୀ ନେତା, କହିଲେ ପାକ୍‌ର ବିନାଶ…

ଇସଲାମବାଦ,୨୫।୪: ପାକିସ୍ତାନରେ ଉଠିଲା ପାକିସ୍ତାନୀ ବିରୋଧୀ ସ୍ବର। ଖୋଦ୍‌ ପାକ୍‌ର ନେତା ପାକିସ୍ତାନ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି। ପାକିସ୍ତାନ ଆୱାମୀ ନ୍ୟାସନାଲ ପାର୍ଟି (ଏଏନପି)ର...

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image