ଦୋଷୀଙ୍କୁ ଦଣ୍ଡ ଦାବିରେ ସଙ୍କଳ୍ପ ପଦଯାତ୍ରା

ଖଇରା,୪।୧୨(ଡି.ଏନ.ଏ.): ହାଇଦ୍ରାବାଦ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଗଣବଳାତ୍କାର ଓ ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ଜଣାଇବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ବୁଧବାର ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗରସଙ୍ଗସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏକ ସଙ୍କଳ୍ପ ପଦଯାତ୍ରା କରିଥିଲେ। ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ର ଛାତ୍ରୀଛାତ୍ରମାନେ ସାମିଲ ହୋଇ କଲେଜ ପରିସରରୁ ବାହାରି ଗରସଙ୍ଗ ବଜାର ସମେତ ବିଭିନ୍ନ ଗାଁକୁ ପଦଯାତ୍ରାରେ ଯାଇ ମହିଳାଙ୍କୁ ସୁରକ୍ଷା ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ ା ଏଥିରେ ଜାତୀୟ ସେବା ଯୋଜନା ଓ ସ୍କାଉଟଗାଇଡ, ଜୁନିୟର ରେଡକ୍ରସର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ।

Share