Categories: ଜାତୀୟ

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ ଆତ୍ମସମର୍ପଣ କରିଥିଲେ। ସୂଚନାଯୋଗ୍ୟ, ୨୦୦୧ରେ ଜଣେ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଦେଇଥିଲେ। ସେ ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନ ଥିଲା। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ତାମିଲନାଡୁରେ ତାଙ୍କର କିଛି ରେସ୍ତୋଁରା ଥିବା ବେଳେ ‘ଦୋସା କିଙ୍ଗ’ ଭାବେ ସେ ପରିଚିତ ଥିଲେ।

Share