ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୩ଟି ଭାଗରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ପ୍ରଥମ ଭାଗ ୨୦୨୧ ମସିହା ଦୀପାବଳିରେ ପରଦାକୁ ଆସିବ। ପୂର୍ବରୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ନଜର ଆସିଥିଲେ ଦୀପିକା। ଦର୍ଶକ ମଧ୍ୟ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଥିଲେ। ମଧୁ ମଣ୍ଟେନାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ମହାଭାରତ’ରେ ଦୀପିକା କେବଳ ଅଭିନୟ ନୁହେଁ, ଫିଲ୍ମର ସହପ୍ରଯୋଜନା ମଧ୍ୟ କରିବେ। ମହାଭାରତର ପ୍ରତିଟି ଚରିତ୍ରକୁ ନଜରରେ ରଖି କଳାକାର ଚୟନ କରାଯିବ ବୋଲି ମଧୁ କହିଛନ୍ତି।

Share