ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ସୋମନାଥ ଚାଟାର୍ଜୀ ଏବଂ ଆହତ ହେଲପର ହେଲେ ନିଲମ ବାଗିଡି। ସନ୍ଧ୍ୟାରେ (ଡବ୍ଲୁବି-୬୭ବି-୦୩୭୦) ନମ୍ବର ବିଶିଷ୍ଟ ପିଆଜ ବୋଝେଇ ଟ୍ରକ ବାଙ୍ଗିରିପୋଷି ଆସୁଥିବା ବେଳେ ଏକ ବାଙ୍କ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ା ଚିକିତ୍ସାଧିନ ଅବସ୍ଥାରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା।