ଦ୍ୱାରଶୁଣି ଘାଟିରେ ବୋଲେରୋକୁ ପିଟିଲା ଟ୍ରକ୍‌: ୨ ବୋଲବମ୍‌ ଭକ୍ତ ମୃତ, ୭ ଆହତ

ବାରିପଦା ଅଫିସ/ ବାଙ୍ଗିରିପୋଷି୨୭।୭:(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟ ୭ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ରଞ୍ଜିତ ରାମ ଏବଂ ଶିବୁ ସାହୁ।

ସୂଚନାନୁଯାୟୀ, ବାଙ୍ଗିରିପୋଷିରୁ ଉକ୍ତ ବୋଲେରୋରେ କେତେଜଣ ବୋଲବମ୍‌ ଭକ୍ତ ଗୁପ୍ତେଶ୍ୱର ଯାଉଥିଲେ। ବିଳମ୍ବିତ ରାତିରେ ବୋଲେରୋଟି ଘାଟି ଚଢ଼ୁଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍‌ଟି ବୋଲେରୋକୁ ୧୦୦ ଫୁଟ ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ପରେ ଉଭୟ ଟ୍ରକ ଏବଂ ବୋଲେରୋ ରାସ୍ତାର ୫୦ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ଫଳରେ ଦୁଇଜଣ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Share