Categories: ଫୁରସତ

ଦ୍ୱାର ସମ୍ମୁଖରେ କଳସ ରଖିଲେ ମିଳିଥାଏ ଏସବୁ ଲାଭ

ଗୃହପ୍ରବେଶ, ନବରାତ୍ରି ପୂଜା, ଦୀପାବଳି, ଲକ୍ଷ୍ମୀପୂଜା, ଯଜ୍ଞ ଅନୁଷ୍ଠାନ, ବିବାହ ଆଦି ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେଣୁ ଏହି କଳସ କାହିଁକି ରଖାଯାଏ ଏବଂ ଏଥିରୁ କେଉଁ ଶୁଭ ଫଳ ମିଳିଥାଏ ଜାଣନ୍ତୁ ଏ ସମ୍ପର୍କରେ…

– ଧର୍ମଶାସ୍ତ୍ରରେ ଲିଖିତ ଅଛି, ଏହି ମଙ୍ଗଳ କଳସ ସମୁଦ୍ର ମନ୍ଥନ ସମୟର ପ୍ରତୀକ। ସୁଖ ଏବଂ ସମୃଦ୍ଧି ପାଇଁ ପ୍ରତୀକ କଳସ ସ୍ଥାପନ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଇଶାନ କୋଣରେ ଜଳପୂର୍ଣ୍ଣ କଳସ ସ୍ଥାପନ କଲେ ଶୁଭଫଳ ମିଳିଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

– ତମ୍ବାଧାତୁରେ ତିଆରି କଳସକୁ ଦ୍ୱାର ସମ୍ମୁଖରେ ରଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଘରେ ଶାନ୍ତି ବିରାଜ କରେ।

କେମିତି ରଖିବେ ମଙ୍ଗଳ କଳସ:
– ଘରର ଇଶାନ କୋଣରେ ତମ୍ବା କିମ୍ବା ମାଟି କଳସରେ ଜଳ ପୂର୍ଣ୍ଣ କରି ଏହା ଉପରେ ଆମ୍ବଡାଳ ଏବଂ ନଡ଼ିଆ ରଖନ୍ତୁ। କଳସ ଉପରେ ସ୍ବସ୍ତିକ୍‌ ଚିହ୍ନ ଆଙ୍କି ଏହା ଉପରେ ଏକ ଲାଲ୍‌ ରଙ୍ଗର କପଡ଼ା ଘୋଡ଼ାନ୍ତୁ। ଏପରି କଲେ ଘରୁ ନକରାତ୍ମକ ଶକ୍ତି ଦୂରେଇଯାଇ ପରିବାରରେ ସୁଖ ଶାନ୍ତି ବଜାୟ ରହେ।

Share