Categories: ଜାତୀୟ

ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟନ

ଥିରୁଭାନନ୍ତପୁରମ୍‌,୨୦।୫: ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ପିନାରାଇ ବିଜୟନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ଶପଥ ପାଠ କରାଇଥିଲେ। ୭୫ ବର୍ଷୀୟ ପିନାରାଇଙ୍କ ସହ ୨୧ ଜଣ କ୍ୟାବିନେଟ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୬ରେ କେରଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମେ ୨ରେ ଆସିଥିବା ଫଳାଫଳରେ ଏଲ୍‌ଡିଏଫ୍‌ ଜିତିଥିଲା। କେରଳରେ ଏଲ୍‌ଡିଏଫ୍‌ ନିଜର ପ୍ରତିଦ୍ୱନ୍ଦ୍ୱୀ-କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍‌) ଏବଂ ଏନଡିଏକୁ ପରାସ୍ତ କରି ୯୯ଟି ସିଟ ଜିତିଥିବାବେଳେ ୟୁଡିଏଫ୍‌ କେବଳ ୪୧ଟି ଜିତିଥିଲାଏବଂ ଭାଜପା ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇନାହିଁ।

Share