ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା ସେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦ୍ୱିତୀୟଥର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି। ଏହାସହ ଝିଅର ହାତ ସେ ଇନଷ୍ଟାଗ୍ରାମରେ ଶେୟାର କରି ଝିଅର ନାଁ ସମୀଷା ସେଟ୍ଟୀ ଦେଇଛନ୍ତି। ଫଟୋ ଶେୟାର କରି ଓମ୍‌ ଗଣେଶାୟ ନମଃ, ଆମ ପ୍ରାର୍ଥନାର ଆଜି ଫଳ ମିଳିଛି। ଆମ ଘରକୁ ଆଜି ଲିଟିଲ୍‌ ଆଞ୍ଜେଲ ଆସିଛି ବୋଲି ଶିଳ୍ପା କହିଛନ୍ତି। ୨୦୦୯, ନଭେମ୍ବର ୨୨ରେ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା। ୨୦୧୨ରେ ତାଙ୍କ ପୁଅ ଭିଆନ୍‌ ଜନ୍ମଗ୍ରହଣ କରିଥିଲେ।

Share