ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ପ୍ରଖ୍ୟାତ ମଡେଲ ତଥା ବଲିଉଡ ଅଭିନେତ୍ରୀ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ଜରିଆରେ ନିଜେ ଏହାର ଖୁଲାସା କରିଛନ୍ତି ଲିଜା। ଗର୍ଭବତୀ ଥିବା ଫଟୋ ମଧ୍ୟ ସେ ନିଜ ଫ୍ୟାନଙ୍କ ସହ ଶେୟାର କରିଛନ୍ତି। ଏକ ସୁସ୍ଥ ସନ୍ତାନ ଜନ୍ମ ଦେବା ପାଇଁ ଓ୍ବାର୍କଆଉଟ୍‌ କରିବା ସହ ନିଜ ଡାଏଟ୍‌ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି। ସେ ନିଜ ଫଟୋ ଛାଡିବାର ୩ ଘଣ୍ଟା ମଧ୍ୟରେ ହଜାର ସଂଖ୍ୟାରେ ଲାଇକ୍‌ ଏବଂ ଶେୟାର କରାଯାଇଛି। ଏତେ କମ୍‌ ସମୟରେ ଦ୍ୱିତୀୟଥର ମା’ ହୋଇ ଲିଜା ନିଜକୁ ଏତେ ଫିଟ୍‌ ରଖିଥିବା ଦେଖି ତାଙ୍କ ଫ୍ୟାନ୍‌ ଆଶ୍ଚର୍ଯ୍ୟ ହୋଇଛନ୍ତି। ପୂର୍ବରୁ ଲିଜାଙ୍କ ଜ୍ୟାକ୍‌ ଲାଲଓ୍ବାନୀ ନାମରେ ଏକ ଏକ ପୁଅ ଅଛି। ଆୟଶା ଏବଂ କୁଇନ୍‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲିଜା ବଲିଉଡରେ ଲୋକପ୍ରିୟତା ଅର୍ଜନ କରିଛନ୍ତି।

Share