Categories: ଖେଳ

ଦ୍ୱିତୀୟ ଆଶେସ ଟେଷ୍ଟ: ଇଂଲଣ୍ଡ ଦଳରୁ ମୋଇନ୍‌ ବାଦ୍‌

ଲଡର୍‌ସ,୧୦।୮- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରୁ ଅଲରାଉଣ୍ଡର ମୋଇନ ଅଲିଙ୍କୁ ବାଦ୍‌ ଦିଆଯାଇଛି। ମୋଇନଙ୍କ ସମେତ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏବଂ ଓଲି ଷ୍ଟୋନ୍‌ଙ୍କ୍‌ୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇଛି। ଦୁର୍ବଳ ଫର୍ମ ପାଇଁ ମୋଇନଙ୍କୁ ବାଦ୍‌ ଦିଆଯାଇଛି। ସେ ଗତ ୮ଟି ଟେଷ୍ଟ ଇନିଂସରେ ୪ଥର ଖାତା ଖୋଲିପାରି ନ ଥିଲେ। ସେହିପରି ଇଞ୍ଜୁରି କାରଣରୁ ଆଣ୍ଡରସନ ଓ ଷ୍ଟୋନ ବାଦ୍‌ ପଡିଛନ୍ତି। ମୋଇନଙ୍କ ସ୍ଥାନରେ ଜ୍ୟାକ୍‌ ଲିଚ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଗତ ମାସରେ ଅନୁଷ୍ଠିତ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଲିଚ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ଦିଆଯାଇଛି। ଫଳରେ ଆର୍ଚର ପ୍ରଥମ ଆଶେସ୍‌ ଟେଷ୍ଟ ଖେଳିବା ସ୍ପଷ୍ଟ ହୋଇଛି।
ଘୋଷିତ ଇଂଲଣ୍ଡ ଦଳ: ଜୋ ରୁଟ (ଅଧିନାୟକ), ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍‌ସ, ଜୋସ୍‌ ବଟଲର, ସାମ କୁରାନ, ଜୋ ଡେନଲି, ଜ୍ୟାକ୍‌ ଲିଚ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍ସ ଓ କ୍ରିସ୍‌ ଓ୍ବକ୍ସ।

Share