Categories: ଜାତୀୟ

ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଦେଶର ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଝାଡ଼ଖଣ୍ଡର କେରମ୍‌ ଗାଁ ଏକ ଉଦାହରଣ ସୃଷ୍ଟି କରିଛି। ସେହିପରି ମେଘାଳୟ ସରକାର ଏକ ସ୍ବତନ୍ତ୍ର ଜଳ ସଂରକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ଅମରନାଥ ଯାତ୍ରାର ସଫଳତା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।

Share