Categories: ଜାତୀୟ

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ନବରାତ୍ର ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ଆଗକୁ ଆସୁଥିବା ଗରବା, ଦୁର୍ଗାପୂଜା,ଦୀପାବଳି, ଛଟ୍‌ପୂଜା ଆଦି ପର୍ବ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲତା ମଙ୍ଗେସକରଙ୍କ ୯୦ତମ ଜନ୍ମଦିନ ଲାଗି ସେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହା ସହିତ ପ୍ରଧାନନ୍ତ୍ରୀ ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହା କ୍ଷତି କାରକ ବୋଲି ସେ କହିଛନ୍ତି।

Share