ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ ହୋଇପଡ଼ିଛନ୍ତି। ଯାଜପୁର ଜିଲା ଯାଜପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମରୁ ମଙ୍ଗଳବାର ଜଣେ କରୋନା ପଜେଟିଭଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଠାବ କରାଯାଇଥିଲା। ତେବେ ଉକ୍ତ ଆକ୍ରାନ୍ତଙ୍କ ସହିତ ବରୀ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କ ଲିଙ୍କ ରହିଥିବା ପ୍ରଶାସନ ଜାଣିଲା ପରେ ମଙ୍ଗଳବାର ସାରେ ବରୀ ପ୍ରଶାସନ ପକ୍ଷରୁ ଗୋଳକୁଣ୍ଡ ଗ୍ରାମରେ ତନାଘନା କରାଯାଇଥିଲା। ଉକ୍ତ ୪ଜଣଙ୍କୁ ଠାବ କରାଯାଇ ସ୍ଥାନୀୟ ହରିପୁର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଡାକ୍ତରୀ ଟିମ ପକ୍ଷରୁ ସେମାନଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ଦିନ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛି।

Share