ଓ୍ବେଲିଂଟନ, ୧ା୧ (ଏପି)- ଡାହାଣ ଗୋଡର ଦୁଇ ଭଙ୍ଗା ଆଙ୍ଗୁଠି ସତ୍ତ୍ୱେ ପାକିସ୍ତାନ ବିପକ୍ଷ ନ୍ୟୁଜିଲାଣ୍ଡର ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚର ଅଧିକାଂଶ ସମୟ ଖେଳିଥିଲେ ମଧ୍ୟ ସେ ଦ୍ୱିତୀୟ ଟେଷ୍ଟ ଖେଳିପାରିବେ ନାହିଁ। କାରଣ ଇଞ୍ଜୁରିମୁକ୍ତ ହେବା ଲାଗି ତାଙ୍କୁ ୬ ସପ୍ତାହ ଲାଗିପାରେ। ମାଉଣ୍ଟ ମଙ୍ଗାନୁଇର ବେ’ ଓଭାଲଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳରେ ବ୍ୟାଟିଂ କରୁଥିବାବେଳେ ପାକିସ୍ତାନ ପେସ୍ ବୋଲର ଶାହିନ ଆଫ୍ରିଦିଙ୍କ ବୋଲିଂରେ ସେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ଡାହାଣ ପାଦର ଦୁଇଟି ଆଙ୍ଗୁଠି ହାଡ ଭାଙ୍ଗିଯାଇଥିଲା। ଇଞ୍ଜୁରି ସତ୍ତ୍ୱେ ପାକିସ୍ତାନର ପ୍ରଥମ ଇନିଂସରେ ୨୧ ଏବଂ ଦ୍ୱିତୀୟ ଇନିଂସରେ ୨୮ଓଭର ବୋଲିଂ କରିଥିଲେ। ପୁନର୍ବାର ବୋଲିଂ କରିବା ଲାଗି ଆସିବା ପୂର୍ବରୁ ସେ ପେନ୍କିଲର ଇଞ୍ଜେକ୍ଶନ ନେଇଥିଲେ। ଦ୍ୱିତୀୟ ଇନିଂସରେ ୧୧ଓଭର ମାରାଥନ ବୋଲିଂ ବେଳେ ସେ ବିପକ୍ଷ ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ। ବୁଧବାର ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ୧୦୧ରନରେ ବିଜୟ ଲାଭ କରିଥିଲା।