Categories: ଖେଳ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଣ୍ଡିଜ ଦଳରେ ପରିବର୍ତ୍ତନ

ଜାମାଇକା,୨୮।୮(ପିଟି): ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ୧୩ ଜଣିଆ ଇଣ୍ଡିଜ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଗୋଇଠି ଜନିତ ଆହତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚ୍‌ ଖେଳି ନ ଥିବା କିମୋ ପଲ ଏବେ ସମ୍ପୂର୍ଣ୍ଣ ଫିଟ୍‌। ସେ ପେସର ମିଗୁଏଲ କୁମିନ୍ସଙ୍କ ସ୍ଥାନ ନେବେ। ପ୍ରଥମ ଟେଷ୍ଟ ଖେଳିଥିବା କୁମିନ୍ସ ଉଭୟ ଇନିଂସରେ ମୋଟ ୨୦ ଓଭର ବୋଲିଂ କରି ୬୯ ରନ୍‌ ବ୍ୟୟ କରିଥିଲେ। ହେଲେ ଗୋଟିଏ ଉଇକେଟ ହାସଲ କରିପାରି ନ ଥିଲେ। ପଲଙ୍କୁ ସାମିଲ କରାଯିବା ଦଳରେ ଏକମାତ୍ର ପରିବର୍ତ୍ତନ। ଏଣୁ ବୃହତ୍‌ ପରାଜୟ ବରଣ କରିଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରାୟ ସମାନ ଖେଳାଳିଙ୍କୁ ନେଇ ଖେଳିବ। ଘରୋଇ ଦଳ ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ପଏଣ୍ଟ ଖାତା ଖୋଲିବା ପାଇଁ ମ୍ୟାଚ୍‌କୁ ଡ୍ର’ କିମ୍ବା ଜିତିବାକୁ ପଡ଼ିବ। ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌କୁ ବୃହତ୍‌ ବ୍ୟବଧାନରେ ଜିତି ୬୦ ପଏଣ୍ଟ ସହ ଖାତା ଖୋଲିଛି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ ବ୍ରାଥଓ୍ବେଟ, ଡାରେନ ବ୍ରାଭୋ, ଶାମର ବ୍ରୁକ୍ସ, ଜନ କମ୍ପବେଲ, ରଷ୍ଟନ ଚେଜ, ରକିମ କର୍ନଓ୍ବାଲ, ଜମର ହାମିଲଟନ, ଶିମରନ ହେଟମେୟର, ଶାଇ ହୋପ, ଶାନନ ଗାବ୍ରିଏଲ, କିମୋ ପଲ ଓ କେମାର ରୋଚ।

Share