ଦ୍ୱିତୀୟ ଥର ପାଇଁ ରିପୋର୍ଟ ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଜ୍ୟରେ ସରକାର କରିବା ପରେ ମନ୍ତ୍ରୀମାନଙ୍କୁ ପ୍ରତି ମାସ ୭ ତାରିଖ ପୂର୍ବରୁ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଦଳ ପକ୍ଷରୁ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେହି କାମକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ନିର୍ଦ୍ଦେଶ ପାଇବାପରେ ମନ୍ତ୍ରୀମାନେ ନିଜ ଦ୍ୱିତୀୟ ମାସ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି। ଏଥର ଗଣଶିକ୍ଷା, ଅର୍ଥ, ଅବକାରୀ ଏବଂ କୃଷି ମନ୍ତ୍ରୀଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜ ରହିଛି।

Share