Categories: ଖେଳ

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ ମା ଓ ଛୁଆ ଉଭୟ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଏହି ଦମ୍ପତ୍ତିଙ୍କ ପୂର୍ବରୁ ଝିଅ ଗାର୍ସିଆ ଥିଲା। ରାଇନା ଓ ପ୍ରିୟଙ୍କା ଦ୍ୱିତୀୟ ଥର ବାପା-ମା’ ହେବା ପରେ ସୋସିଆଲ ମିଡିଆରେ ଶୁଭେଚ୍ଛା ସୁଅ ଛୁଟିଛି।

Share