ଦ୍ୱିତୀୟ ଦିନରେ ରବି ଟକିଜ୍‌ ଛକରୁ ମ୍ୟୁଜିୟମ୍‌ ଛକ ପର୍ଯ୍ୟନ୍ତ ଚାଲିଛି ସାନିଟାଇଜ୍‌

କଟକରୋଡ, ୧।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ସାନିଟାଇଜ କାର୍ଯ୍ୟକ୍ରମ। ବୁଧବାର ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ କଳ୍ପନା ଅଗ୍ନିଶମ କେନ୍ଦ୍ରର ଏକ ଟିମ୍‌ ୪ ଦମକଳ ଗାଡ଼ି ସହ ସାନିଟାଇଜ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ରବି ଟକିଜ୍‌ ଛକଠାରୁ ମ୍ୟୁଜିୟମ୍‌ ଛକ ପର୍ଯ୍ୟନ୍ତ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ କେମିକାଲ କମ୍ପୋଜିସନରେ ସ୍ପ୍ରେ କରାଯାଉଥିବା ବେଳେ ବଡ଼ଗଡ଼ ହାଟରେ ମଧ୍ୟ ଏହି ବ୍ୟବସ୍ଥା ଜାରି ରହିଛି। ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କ ସହ ୩ ଅଗ୍ନିଶମ ଅଧିକାରୀ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ଥିବା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ମଧ୍ୟ ଏହି ସାନିଟାଇଜରେ ସାମିଲ ଅଛନ୍ତି। ଅପରାହ୍ନରେ ମ୍ୟୁଜିୟମ୍‌ ଛକଠାରୁ ରସୁଲଗଡ଼ ଛକ ରାସ୍ତା ସାନିଟାଇଜ କରାଯିବ ବୋଲି ଡେପୁଟି ଫାୟାର ଅଫିସର ମାଝି କହିଛନ୍ତି।

Share