ପୁଞ୍ଚ,୭।୪: ଭାରତ ପରି ପାକିସ୍ତାନ ମଧ୍ୟ ବର୍ତ୍ତମାନ ସମୟରେ କରୋନା ସହ ଯୁଦ୍ଧ କରୁଛି। କିନ୍ତୁ ଏହାପରେ ବି ପାକିସ୍ତାନ ନିଜ କୁକର୍ମରୁ ବାଦ୍ ପଡ଼ୁନାହିଁ। ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ମଙ୍ଗଳବାର ଦ୍ୱିତୀୟ ଦିନରେ ବି ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ନିୟନ୍ତ୍ରଣ ସୀମା ରେଖାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ମଙ୍ଗଳବାର ସକାଳେ ପୁଞ୍ଚ ଜିଲାର ମାନକୋଟ ସେକ୍ଟରରେ ଥିବା ପୋଲିସ କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ପକ୍ଷରୁ ଗୁଳି ଚାଳନା ସହ ମୋର୍ଟାର ମାଡ଼ କରାଯାଇଛି। ଏହାର ପ୍ରତି ଜବାବରେ ମଧ୍ୟ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇଛି। ଏହାପୂର୍ବରୁ ସୋମବାର ମାନକୋଟ ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା ସହ ମୋର୍ଟାର ମାଡ଼ କରିଥିଲା।