Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜରେ ଲାଭବାନ ହେବେ ଚାଷୀ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଏହାଦ୍ୱାରା ଚାଷୀମାନେ ଲାଭବାନ ହେବେ ବୋଲି ଜଣାପଡିଛି। ନାବାର୍ଡ ସାହାଯ୍ୟରେ ଚାଷୀଙ୍କୁ ୩୦,୦୦୦ କୋଟିର ଅତିରିକ୍ତ ସହାୟତା ପ୍ରଦାନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ୩ କୋଟି କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହାସହ କମ୍ପାନସେଟୋରୀ ଆଫରଷ୍ଟେଶନ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଙ୍ଗ ଅଥରିଟି( ସିଏଏମ୍‌ପିଏ)ଫଣ୍ଡ ମାଧ୍ୟମରେ ୬୦୦୦ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଫଳରେ ଆଦିବାସୀ ଏବଂ ଜନଜାତି ଗୋଷ୍ଠୀଙ୍କ ପାଖରେ ସିଧାସଳଖ ଟଙ୍କା ପହଞ୍ଚିପାରିବ। ୨୦୧୭ରେ ବାର୍ଷିକ ୬-୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ମିଡିଲ ଇନକମ ଗ୍ରୁପ କ୍ରେଡିଟ ଲିଙ୍କ ସବସିଡି ଯୋଜନା ଆରମ୍ଭ କରାଯାଇଥିଲା। ଏହାକୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରଖାଯାଇଥିଲା। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏହାଦ୍ୱାରା ୨.୫ ଲକ୍ଷ ଲୋକ ଲାଭ ପାଇବେ। ହକର, ବୁଲା ବିକାଳୀ ଏବଂ ହସ୍ତତନ୍ତ କାରିଗରଙ୍କ ପାଇଁ ୫୦୦୦ ହଜାର କୋଟି ଟଙ୍କା ସୁବିଧା ରହିଛି। ଯେଉଁମାନେ ଡିଜିଟାଲ ପେମେଣ୍ଟ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ଏହାଦ୍ୱାରା ୫୦ ଲକ୍ଷ ଲୋକ ଉପକୃତ ହେବେ। ମୁଦ୍ରା ଶିଶୁ ଲୋନ ନେଇଥିବା ବ୍ୟକ୍ତିମାନଙ୍କୁ ୧୫ ଶହ କୋଟି ଟଙ୍କାର ଲାଭ ମିଳିବ।

Share