ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୧୮ରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୧୭ା୪(ବ୍ୟୁରୋ)
ଆସନ୍ତା ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି। ମତଦାନ ପରିଚାଳନା ପାଇଁ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଧରି ଗନ୍ତବ୍ୟସ୍ଥଳକୁ ଗସ୍ତ କରିଛନ୍ତି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକ ସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଏବଂ ଏହା ଅଧୀନ ୩୫ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ୩୫ ବିଧାନସଭା ଆସନ ପାଇଁ ୨୪୪ ଏବଂ ୫ ଲୋକ ସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୬ ଲକ୍ଷ ୯୩ ହଜାର ୧୨୩ ଭୋଟର।
ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲାର ହିଞ୍ଜିଳି ଏବଂ ବରଗଡ଼ ଜିଲାର ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏହି ୨ ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ଅନ୍ୟ ପ୍ରମୁଖ ନେତାମାନେ ହେଲେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ନାରାୟଣ ସିଂଦେଓ, ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ନବ ଦାସ, କିଶୋର ମହାନ୍ତି, ଭାଜପାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂଦେଓ, କନକବର୍ଦ୍ଧନ ସିଂଦେଓ, ମହାମେଘବାହନ ଐର ଖାରବେଳ ସ୍ବାଇଁ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ପୀତାମ୍ବର ଆଚାର୍ଯ୍ୟ, କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ଜର୍ଜ ତିର୍କୀ, ସୁରେନ୍ଦ୍ର ସିଂ ଭୋଇ, ସନ୍ତୋଷ ସିଂ ସାଲୁଜା।
ସୂଚନାଥାଉ କି, ୨୦୧୪ରେ ଉପରୋକ୍ତ ୩୫ ବିଧାନସଭା ଆସନରୁ ବିଜେଡି ୨୪, ଭାଜପା ୪, କଂଗ୍ରେସ ୫ ଏବଂ ଅନ୍ୟାନ୍ୟ ୨ଟିରେ ବିଜୟୀ ହୋଇଥିଲେ। ସେହିପରି ୫ ଲୋକ ସଭା ଆସନ ମଧ୍ୟରୁ ବିଜେଡି ୪ ଏବଂ ଭାଜପା ଗୋଟିଏ ଅକ୍ତିଆର କରିଥିଲା।

କେଉଁଠି ହେବ ଭୋଟ
୫ ଲୋକ ସଭା ଆସନ
ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା
୩୫ ବିଧାନସଭା ଆସନ
ପଦମ୍‌ପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା, ତଲସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଳା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମ ପରୀକ୍ଷା-୨୦୨୪ର ତାରିଖ ଘୋଷଣା

କଟକ,୧୮।୯: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର,...

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ...

ଯାତ୍ରୀଙ୍କୁ ମାଡ଼ ମାରିବା ଆମ ବସ କଣ୍ଡକ୍ଟରଙ୍କୁ ପଡ଼ିଲା ମହଙ୍ଗା: ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୮।୯: ଯାତ୍ରୀଙ୍କୁ ‘ଆମ ବସ’ କଣ୍ଡକ୍ଟରଙ୍କ ମାଡ଼ ଘଟଣାରେ CRUT(କ୍ରୁଟ୍‌) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। CRUT ପକ୍ଷରୁ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।...

୧୭ ମାସରେ ଯୋଜନାର ପ୍ରଚାର ପାଇଁ ୧୩୬ କୋଟି ଟଙ୍କା ଖର୍ଚ୍ଚ କଲେଣି ଓଡ଼ିଶା ସରକାର

ଭୁବନେଶ୍ୱର,୧୮ା୯: ଓଡ଼ିଶା ସରକାର ଗତ ୧୭ ମାସରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି...

କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ...

ଓଡ଼ିଶାରେ ପାଞ୍ଚ ଦିନି ବର୍ଷା: ଏସବୁ ଜିଲାକୁ ଚେତାବନୀ ଜାରି

ଭୁବନେଶ୍ୱର,୧୮ା୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି।...

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଅସ୍ତ୍ରୋପଚାର ପରେ ଅଧାରୁ ଅଚଳ ହେଲା ମେଶିନ , ଆଉ ତା’ପରେ…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ଖାଲି ପଡିଥିବା ସାଧାରଣରେ ପରିଣତ ହୋଇଥିବାବେଳେ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image