Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍‌ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ସର୍ବାଧିକ ୪୬ଜଣ ପ୍ରାର୍ଥୀ ଥିବାବେଳେ ଭାଜପାର ୪୫ ଜଣ ଅଛନ୍ତି। ଏହି ପ୍ରଯ୍ୟାୟରେ କଂଗ୍ରେସର ୫୩ ପ୍ରାର୍ଥୀ ଏବଂ ଭାଜପାର ୫୧ ପ୍ରାର୍ଥୀ ମଇଦାନରେ ରହିଛନ୍ତି। କନ୍ୟାକୁମାରୀ ଆସନର କଂଗ୍ରେସ ପ୍ରାର୍ଥୀ ଏହି ପର୍ଯ୍ୟାୟର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କର ୪ଶହ ୧୭ କୋଟି ସମ୍ପତ୍ତି ରହିଛି। ସେହିପରି ଏହି ପ୍ରର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ। ସୋଲାପୁର ଆସନରୁ ଲଢୁଥିବା ହିନ୍ଦୁସ୍ଥାନ ଜନତା ପାର୍ଟି ପ୍ରାର୍ଥୀଙ୍କ ପ୍ରାର୍ଥୀ ଅତି ଗରିବ। ତାଙ୍କ ପାଖରେ ମାତ୍ର ୯ ଟଙ୍କା ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

Share