Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଠପ୍‌

ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଏଠାରେ ୧୨ଲକ୍ଷ ୯୫ ହଜାର ଭୋଟର ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା ମଧ୍ୟ ଅଛନ୍ତି। ଏହି ଲୋକସଭା ଆସନରେ କେନ୍ଦ୍ରୀୟ କଶ୍ମୀର ଗଣ୍ଡେରବଲ, ଶ୍ରୀନଗର ଏବଂ ବୁଡ଼ଗାଓଁ ଆଦି ୩ ଜିଲା ରହିଛି। ଏହି ଆସନ ପାଇଁ ଏକ ହଜାର ୭ଶହ ୧୬ଟି ପୋଲିଂ ବୁଥ୍‌ରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି।

Share