ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ ଟିଭି ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏବେ ବଡ଼ଭଉଣୀ ରୋଜଲିନା ସ୍ବାରିତୋନୋଭାଙ୍କୁ ୯୪ ବର୍ଷ ହୋଇଥିବାବେଳେ ସାନଭଉଣୀ ୟୁଲିୟା ସ୍ବାରିତୋନୋଭାଙ୍କୁ ୯୨ ବର୍ଷ ହୋଇଛି। ୧୯୪୨ରେ ବିଶ୍ୱଯୁଦ୍ଧ ସମୟରେ ସେମାନଙ୍କ ପରିବାର ଷ୍ଟେଲିନ୍‌ଗ୍ରାଡ୍‌ରେ ବାସ କରୁଥିଲେ। ତେବେ ଜର୍ମାନୀ ସୈନ୍ୟ ଏଠାରେ ଆକ୍ରମଣ କରିବା ଯୋଗୁ ୨ ଭଉଣୀ ଅଲଗା ହୋଇଯାଇଥିଲେ। ୟୁଲିୟା ୧୯୨୮ରେ ଜନ୍ମହୋଇଥିବାବେଳେ ରୋଜଲିନା ୧୯୨୬ରେ ଜନ୍ମ ହୋଇଥିଲେ। ଦୁହେଁ ପରସ୍ପରଠାରୁ ୧୯୦୦ କିମି ଦୂରରେ ବାସ କରୁଥିଲେ। ତେବେ ପୋଲିସ ପ୍ରବକ୍ତା ଇରିନା ଓ୍ବୋଫଙ୍କ ଉଦ୍ୟମ ଯୋଗୁ ସେମାନଙ୍କ ମିଳନ ସମ୍ଭବ ହୋଇପାରିଛି।

Share