Categories: ଖେଳ

ଦ୍ୱିତୀୟ ରାଉଣ୍ଡରେ ନାଗଲ

ନୂଆଦିଲ୍ଲୀ,୨୧।୮(ପିଟି): ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର କ୍ୱାଲିଫାୟର୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ସିଧାସଳଖ ସେଟ୍‌ରେ ନିଜଠାରୁ ଉନ୍ନତ ର଼୍ୟାଙ୍କଧାରୀ ଜାପାନର ତାସୁମଙ୍କୁ ହରାଇ ଦେଇଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୯୦ତମ ମାନ୍ୟତାପ୍ରାପ୍ତ ନାଗଲ ୭-୬(୮/୬), ୬-୨ ସେଟ୍‌ରେ ୧୩୩ତମ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ହରାଇ ଦେଇଛନ୍ତି। ଗତ ବର୍ଷ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ, ଫ୍ରେଞ୍ଚ ଓ ଓ୍ବିମ୍ବେଲଡନ ଓପନର ଯୋଗ୍ୟତା ପର୍ଯ୍ୟାୟ ଖେଳିଥିଲେ ମଧ୍ୟ ପ୍ରଥମ ରାଉଣ୍ଡ ଅତିକ୍ରମ କରିିବାକୁ ସକ୍ଷମ ହୋଇ ନ ଥିଲେ। ୨୨ ବର୍ଷୀୟ ଭାରତୀୟ ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ପିଟର ପୋଲାସ୍କିଙ୍କୁ ଭେଟିବେ।

Share