ଦ୍ୱିତୀୟ ରାଉଣ୍ଡ ଶେଷ : ପରଜଙ୍ଗରେ ଭାଜପା, କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଜାରି ରହିଛି। ପରଜଙ୍ଗ ବିଧାନସଭା କ୍ଷେତ୍ରରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଭାଜପାର ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ତାଙ୍କୁ ୪୮୨୫ ଭୋଟ ମିଳିଛି। ଏହିକ୍ରମରେ ବିଜେଡିର ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ୩୯୨୪ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସର ଯଶସ୍ବିତୀ ରାଉତ ୪୩୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି।
ସେହିପରି କାମାକ୍ଷାନଗରରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୨୦୮୭, ଭାଜପା ୧୩୦୮ ଏବଂ କଂଗ୍ରେସ ପ୍ରାର୍ଥୀ ୧୫୩ ଭୋଟ ପାଇଛନ୍ତି।