ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ ଦର୍ଶନ କଲେ ସାତ ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ସୁନାବେଶ କାର୍ଯ୍ୟକ୍ରମ ପରେ ଅପରାହ୍ନ ସୁଦ୍ଧା ଠାକୁରମାନଙ୍କୁ ବାହୁଡ଼ା ପହଣ୍ଡି କରି ରଥାରୂଢ଼ କରାଯିବ। ପରେ ଶନିବାର ଓ ରବିବାର ଦୁଇ ଦିନ ଧରି ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେବ।