ବ୍ରହ୍ମପୁର ଅଫିସ,୧୭ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ପୁଣି ଖେଳ ଖେଳିଛି ା ଗୁରୁବାର ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି। ‘ଅର୍ଗାନିକ୍ କେମିଷ୍ଟ୍ରି’ ବିଷୟରେ ପୁୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି ା ପୂର୍ବରୁ ଉକ୍ତ ବିଭାଗର ପ୍ରଥମ ସେମିଷ୍ଟର ପରୀକ୍ଷାରେ ପୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ବେଳେ ପୁଣି ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ପ୍ରଥମ ଦିନରେ ଏହାର ପୁନରାବୃତ୍ତି ହୋଇଥିବା ଜଣାପଡିଛି ା ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା ଅନ୍ୟପଟରେ ବିଭାଗର ଛାତ୍ରୀଛାତ୍ରମାନେ ଗୁରୁବାର ପରୀକ୍ଷା ଦେବାକୁ ମନା କରିବା ସହ ପୁନର୍ବାର ନୂତନ ସିଲାବସ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବାକୁ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ା ତେବେ ଏଭଳି ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି ା
ଛାତ୍ରୀଛାତ୍ରଙ୍କ ଦାବି ପରେ ଗୁରୁବାରରୁ ସ୍ନାତ୍ତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି ା କିନ୍ତୁ ପ୍ରଥମ ଦିନ ପରୀକ୍ଷାରୁ ହିଁ ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଥିଲା ା ‘ଅର୍ଗାନିକ କେମିଷ୍ଟ୍ରି’ ପ୍ରଶ୍ନପତ୍ରରେ ୬୦ ରୁ ୭୦ ପ୍ରତିଶତ ପ୍ରଶ୍ନ ପୁରୁଣା ସିଲାବସରୁ ଆସିଥିବା ଜଣାପଡିଥିଲା। ଏହାପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାା ପୂର୍ବରୁ ସ୍ନାତକୋତ୍ତର ପ୍ରଥମ ସେମିଷ୍ଟର ପରୀକ୍ଷା ବେଳେ ରସାୟନ ବିଜ୍ଞାନ ବିଭାଗର ଗୋଟିଏ ପେପର ପ୍ରଶ୍ନପତ୍ରରେ ପୁରୁଣା ସିଲାବସର ପ୍ରଶ୍ନ ଆସିଥିଲା ା ସେହି ସମୟରେ ଗ୍ରେସ ମାର୍କ ଦେବାକୁ କୁହାଯାଇଥିଲାା କିନ୍ତୁ ଚଳିତ ସେମିଷ୍ଟରରେ ପୁଣି ଏହାର ପୁନରାବୃତ୍ତି ହୋଇଥିବାରୁ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ର ମନା କରିବା ସହ ହଲଛାଡି ଦେଇଥିଲେ ା
ଏଥିସହ ପୁନଃ ନୂତନ ସିଲାବସରେ ପରୀକ୍ଷା କରିବାକୁ ଦାବି କରିବା ସହ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା ଅନ୍ୟପଟରେ ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟି ଯାଞ୍ଚ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସୂଚନା ଦେଇଛନ୍ତି ା କମିଟି ପରାମର୍ଶ କ୍ରମେ ନୂତନ ସିଲାବସ ଅନୁଯାୟୀ ଉକ୍ତ ବିଷୟ ପରୀକ୍ଷା ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯିବାକୁ ସେ ସୂଚାଇଛନ୍ତି ା

ଉତ୍କଳ ଦିବସରେ ରକ୍ତଦାନ ଶିବିର
ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ
ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ମିଶନ ଶକ୍ତି କାଫେ ଉଦ୍ଘାଟନ କଲେ ବିଧାୟକ
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ମିଶନ ଶକ୍ତି କାଫେ ଉଦ୍ଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ...

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ
ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ...

ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ
ଗଞ୍ଜାମ,୧ା୪(ବିଦ୍ୟାଧର ସାହୁ): ଆସନ୍ତା ୩୦ରେ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l...

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ
ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ...

ପୋଲିସ ପକ୍ଷରୁ ଜଳଛତ୍ର ଖୋଲିଲା
ଛତ୍ରପୁର,୧ା୪(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ସଦର ମହକୁମା ଛତ୍ରପୁରକୁ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବା ବେଳେ ପିଇବା...

ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା...