Categories: ଜାତୀୟ

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଏବେ ଆସିଛି ପରୀକ୍ଷାର ସମୟ। ସୋମବାର ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିବା ମାମଲାକୁ ନେଇ ଶାସକଦଳ ଶେଷରେ ରାୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଯଦି ମହାରାଷ୍ଟ୍ର ରାଜନୀତିକୁ ଗୁରୁତର ସହ ଦେଖାଯାଏ ତେବେ ଭାଜପା ପ୍ରଥମଥର ଲାଗି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଉନାହିଁ। ପୂର୍ବରୁ ମଧ୍ୟ ଭାଜପା ଏମିତି ସ୍ଥିତିକୁ ସାମ୍ନା କରି ସାରିଛି। କର୍ନାଟକରେ ଠିକ୍‌ ଏମିତି ପରିସ୍ଥିତି ଦେଖିଛି ଭାଜପା। ତେଣୁ ଏବେ ଆଲୋଚନା ହେଉଛି ଫଡନବିସ ଦ୍ୱିତୀୟ ୟେଦୁରପ୍ପା ହେବେନି ତ? ସୂଚନାଯୋଗ୍ୟ, ରାତାରାତି ସିନା ଭାଜପା ସରକାର ଗଠନ କରିଦେଲା ଏବେ କିନ୍ତୁ ଏନ୍‌ସିପି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ସରକାରର ସ୍ଥାୟୀତ୍ୱ। କାରଣ ଗୋଟିଏ ପଟେ ଏନ୍‌ସିପି ମୁଖ୍ୟ ଦାବି କଲେଣି କି ତାଙ୍କ ସହ ୫୩ ବିଧାୟକ ରହିଛନ୍ତି। ତେଣୁ ଏହା ଯଦି ଠିକ୍‌ ହୁଏ ତେବେ ମହାରାଷ୍ଟ୍ର ଗଣିତ ହୁଏତ ପୁଣି ଭୁଲ୍‌ ହୋଇଯାଇପାରେ।

Share