ଦୟାନଦୀରେ କମିଲା ଜଳସ୍ତର

କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.):  ପୁରୀ ଜିଲା କଣାସ ବ୍ଲକର  ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା ସମସ୍ୟା ଟଳିବାର ସମ୍ଭାବନା ରହିଛି। ଏବେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ବୁଧବାର ଜଳସ୍ତର ୫.୫୩ ଓ ଗୁରୁବାର ୫.୨୨ମିଟରରେ ପହଞ୍ଚତ୍ଛି। ଦୋକନ୍ଦା, କଦଳୀଦଣ୍ଡା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ ଗ୍ରାମର ଗାଁ ଦାଣ୍ଡରେ ଜଳ ସ୍ରୋତ ଛୁଟିବା ସହ ଅନେକ ବାସଗୃହରେ ବନ୍ୟାଜଳ ପ୍ରବେଶ କରିଥିବାରୁ ରୋଷେଇ ବନ୍ଦ ରହିଛି। ଏବେ ବି ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଗାଇଗୋରୁ, ଛେଳି, ମେଣ୍ଢା ରାସ୍ତା ଉପରେ ରହିଛନ୍ତି। ବ୍ଳକ ତହସିଲ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ କରୁଛନ୍ତି। ବିଧାୟକ ଉମାକାନ୍ତ ସାମନ୍ତରାୟ ବଡାସ, ଦୋକନ୍ଧା,ବଳଭଦ୍ରପୁର,ପଂଚାୟତର ବିଭିନ୍ନ ଗ୍ରାମକୁ ଗୁରୁବାର ଯାଇ ବିପନ୍ନମାନଙ୍କୁ ଭେଟିଛନ୍ତି। ରେଡ୍‌କ୍ରସ ପକ୍ଷରୁ ବଳଭଦ୍ରପୁର, ବୋତଳମା, ଅଶ୍ୱସ୍ତପାରୀ, କଖାରୁବସ୍ତ ଓ ବାଇଗଣତଳି ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ବୁଡି ରହିଥିବା ବିଦ୍ୟାଳୟଗୁଡିକରେ ପାଠପଢ଼ା ବନ୍ଦ ରହିଛି। ରାଜସ୍ବ ନିରୀକ୍ଷକମାନଙ୍କୁ କ୍ଷୟକ୍ଷତି ଆକଳନ କରି ତଦନ୍ତ ରିପେର୍ଟ ଦେବାକୁ କୁହାଯାଇଛି।