Categories: ଫୁରସତ

ଦୟାଳୁ ଚୋର: ବୃଦ୍ଧା ମହିଳାଙ୍କୁ ଗେଲକରି ଫେରାଇଲେ ଟଙ୍କା, ଭିଡିଓ ଭାଇରାଲ

ଚୋରର ପ୍ରବୃତି ଚୋରି କରିବା। ଏଥିପାଇଁ ସେମାନେ ମାରପିଟଠାରୁ ଆରମ୍ଭକରି ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ମାତ୍ର ସୋସିଆଲ ମିଡିଆରେ ଏମିତି ଏକ ଚୋରର ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଚୋରକୁ ଦୟାଳୁ ଚୋର କହିଲେ କିଛି ଭୁଲ ହେବ ନାହିଁ। କାରଣ ଚୋର ଚୋରି କରିବା ପରେ ମହିଳାଙ୍କ ମୁଣ୍ଡକୁ ଗେଲକରି ଚୋରି ଟଙ୍କା ନେବାକୁ ମନା କରିଦେଇଛନ୍ତି
ଏହି ଘଟଣାଟି ଘଟିଛି ବ୍ରାଜିଲ୍‌ରେ। ୨ ଜଣ ଚୋର ଚୋରି ଉଦ୍ଦେଶ୍ୟରେ ଏକ ମେଡିଶିନ ଦୋକାନରେ ପଶିଥିଲେ। ସେଠାରେ ଥିବା କର୍ମଚାରୀଙ୍କୁ ଟଙ୍କା ମାଗିଥିଲେ। ସେଠାରେ ଜଣେ ବୃଦ୍ଧା ମହିଳା ମଧ୍ୟ ଉପସ୍ଥିତ ଥିଲେ। ସେ ନିଜ ପର୍ସରୁ ଟଙ୍କା ବାହାରକରି ଜଣେ ଚୋରଙ୍କ ହାତକୁ ବଢ଼ାଇଥିଲେ। ମାତ୍ର ସେ ବୃଦ୍ଧାଙ୍କଠାରୁ ଟଙ୍କା ନେବାକୁ ମନା କରିଦେଇଥିଲେ। ଏଥିସହ ଚୋର ମହିଳାଙ୍କ ମଥାକୁ ଗେଲ କରିବା ସହ କହିଥିଲେ, ଆପଣ ଟଙ୍କା ରଖନ୍ତୁ। ମୋତେ ଆପଣଙ୍କ ଟଙ୍କା ଦରକାର ନାହିଁ। ପରେ ଉଭୟ ଚୋର ପ୍ରାୟ ୭୧ ହଜାର ଟଙ୍କା ସହ ଅନ୍ୟ ଜିନିଷପତ୍ର ନେଇ ଦୋକାନରୁ ଫେରାର ହୋଇଯାଇଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share