Categories: ଫୁରସତ

ଦୟାଳୁ ଲୋକେ ହୁଅନ୍ତି ଦୀର୍ଘଜୀବୀ…

କାଲିଫର୍ନିଆ: ଦୀର୍ଘଜୀବୀ ହେବା ପାଇଁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆବଶ୍ୟକ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ଦୟାଳୁ ଲୋକେ ଦୀର୍ଘଜୀବୀ ହୋଇଥାନ୍ତି। ଏଭଳି ଲୋକେ ସବୁବେଳେ ଖୁସି ରହୁଥିବାରୁ ସେମାନଙ୍କ ଶରୀର ସୁସ୍ଥ ରହିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟତଃ ଅନ୍ୟପ୍ରତି ଦୟାଭାବ ପରିପ୍ରକାଶ ଦ୍ୱାରା ଶରୀରରେ ହାପିନେସ୍‌ ହରମୋନ୍‌ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରୋଟୋନିନ୍‌ ଏବଂ ଏଣ୍ଡ୍ରୋଫାଇନ୍‌ର କ୍ଷରଣ ସ୍ବାଭାବିକ ଭାବେ ହୋଇଥାଏ। ଫଳରେ ଶରୀରର ବହୁ ସମସ୍ୟା ଆପେଆପେ ଦୂର ହୋଇଥାଏ। ଏହା ଉପରେ ଅଧ୍ୟୟନ ପାଇଁ ଆମେରିକା ସରକାର ବିଶ୍ୱବିଦ୍ୟାଳୟକୁ ୨ କୋଟି ଡଲାରର ଅନୁଦାନ ପ୍ରଦାନ କରିଛନ୍ତି।

Share