‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ ଛୁଟି ନେଇଛନ୍ତି। ବ୍ରେକ୍‌ ପୂର୍ବରୁ ସେ ଘୋଷଣା କରିଛନ୍ତି କି, ନଭେମ୍ବର ଏବଂ ଡିସେମ୍ବର ମଧ୍ୟଭାଗରେ ଏପିସୋଡ୍‌ ଶୁଟିଂ କିଛିଦିନ ପାଇଁ ବନ୍ଦ ରଖିବାକୁ ଚାହୁଁଛନ୍ତି। କାରଣ ସେ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଖାସ୍‌ ଏଥିପାଇଁ ସେ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ୍‌ଙ୍କ ସହିତ କିଛି ସମୟ କାଟିବାକୁ ନିଜ ଶୋ’ରେ ବ୍ରେକ୍‌ ଦେଇଛନ୍ତି। ୧୦ ଦିନର ଏହି ବ୍ରେକ୍‌ ଭିତରେ ଗିନିଙ୍କ ସହ କପିଲ କାନାଡା ଯାଇଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଶେୟାର କରିଛନ୍ତି। ଶୋ’ ସହିତ ଜଡ଼ିତ ନିକଟତମ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ କପିଲ ଜାଣିଲେ ସେ ବାପା ହେବାକୁ ଯାଉଛନ୍ତି, ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ବଦଳିଗଲା। ଟିକେ ସମୟ ପାଇଲେ ସେ ଗିନିଙ୍କ ପାଖକୁ ଚାଲିଯାଉଥିଲେ। ତାଙ୍କର ଇଚ୍ଛାକୁ ସେ ଚ୍ୟାନେଲ୍‌ ମାଧ୍ୟମରେ ପ୍ରକାଶ କରିବାକୁ ଚାହିଁଥିଲେ। କିଛିମାସ ତଳେ ଗିନି ଏବଂ କପିଲ କାନାଡା ଯିବା ପାଇଁ ମୁମ୍ବାଇ ଏୟାର ପୋର୍ଟ ଯାଇଥିଲେ। ସେଠାରେ ଗିନି ବେବି ବମ୍ପ୍‌ ଲୁଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏକ ସାକ୍ଷାତକାରରେ କପିଲ ଏହି କଥା ଖୋଲାଖୋଲି ପ୍ରକାଶ କରିଥିଲେ ଯେ, ସେ ନଭେମ୍ବର କିମ୍ବା ଡିସେମ୍ବରରେ ସେ ବାପା ହେବାକୁ ଯାଉଛନ୍ତି। କହିରଖୁଛୁ, କପିଲ ଗିନିଙ୍କୁ ୧୨ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। ଏହା ପରେ କପିଲ ମୁମ୍ବାଇ ଆସି ରିସେପ୍‌ସନ୍‌ ପାର୍ଟି ଦେଇଥିଲେ।

Share