କିଙ୍ଗ୍ ଖାନ୍ ଶାହରୁଖ୍ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍ ହଲିଉଡ୍ ଫିଲ୍ମ ‘ଦ ଲାୟନ କିଙ୍ଗ୍’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର ଟିଜର୍ ମଧ୍ୟ ସମ୍ମୁଖକୁ ଆସିସାରିଛି। ହେଲେ ଫିଲ୍ମରେ ଆର୍ଯ୍ୟନ୍ଙ୍କ ସକାଶେ ଶାହରୁଖ୍ଙ୍କୁ ଗୋଟିଏ ସିନ୍ ପାଇଁ ୨ ଥର ଡବିଂ କରିବାକୁ ପଡ଼ିଥିଲା। ଶାହରୁଖ୍ କୁହନ୍ତି, ମୋର ଏବଂ ଆର୍ଯ୍ୟନ୍ର ସ୍ବର ଏକାପରି ଲାଗୁଥିବା ଥିଏଟରର ସମସ୍ତ ସଦସ୍ୟ କହିଥିଲେ। ଏଥିପାଇଁ ମୋତେ ଆଉ ଥରେ ଉକ୍ତ ଦୃଶ୍ୟର ଡବିଂ କରିବାକୁ ପଡ଼ିଥିଲା। ଆର୍ଯ୍ୟନ୍ର ସ୍ବର ମୋ ସ୍ବର ସହ ଏତେମାତ୍ରାରେ ମିଶୁଛି, ତାହା ମୁଁ କେବେହେଲେ ଭାବି ନ ଥିଲି ବୋଲି ଶାହରୁଖ୍ କହିଛନ୍ତି।
ଦ ଲାୟନ କିଙ୍ଗ୍ରେ ମୁଫାସା(ବାପା) ଚରିତ୍ରରେ ଶାହରୁଖ୍ କଣ୍ଠଦାନ କରିଥିବା ବେଳେ ସିମ୍ବା ଚରିତ୍ରରେ ପୁଅ ଆର୍ଯ୍ୟନ୍ କଣ୍ଠଦାନ କରିଛନ୍ତି।