‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌କୁ ଫେରିବା ସହ ଦମ୍‌ଦାର ଏଣ୍ଟ୍ରି କରିଛନ୍ତି। ଏଥିରେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର, ଜାୟରା ଓ୍ବାସିମ ଓ ରୋହିତ ଶରାଫଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ଟ୍ରେଲର ୩ମିନିଟ୍‌ର ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ଟଟି ସତ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଟ୍ରେଲରର ଆରମ୍ଭ ପ୍ରିୟଙ୍କା ଓ ଫରହାନଙ୍କ ଲଭ୍‌ଷ୍ଟୋରୀରୁ ହୋଇଛି। ଯେତେବେଳେ ଝିଅ ଆୟଶାର ଦେହ ଖରାପ୍‌ ବିଷୟରେ ସେମାନଙ୍କୁ ଜଣାପଡ଼େ ସେତେବେଳେ ତାଙ୍କ ହସ, ଖୁସି ଓ ରୋମାନ୍ସରେ ଗ୍ରହଣ ଲାଗିଯାଏ। ଏହାପରେ ମା’ ବାପାଙ୍କ ଜୀବନରେ ଆୟଶା ନିଜକୁ ବଡ଼ ଖଳନାୟକ ବୋଲି ବିବେଚନା କରିଛନ୍ତି। ଏହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଅନ୍ୟପଟେ ଫିଲ୍ମରେ ଜାୟରାଙ୍କୁ ଦେଖି ଦର୍ଶକ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ଧର୍ମକୁ ଆଧାର କରି ଫିଲ୍ମରୁ ଦୂରେଇଯିବାକୁ ଘୋଷଣା କରିଥିବା ଜାୟରା ଏବେ ଫିଲ୍ମରେ ନଜର ଆସିବାରୁ ପ୍ରଶଂସକ ଅସେନ୍ତାଷ ପ୍ରକାଶ କରିଛନ୍ତି। ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍‌ ହେବ।

Share