Categories: ଖେଳ

ଦ ହଣ୍ଡରେଡ୍‌: ସ୍ମିଥ, ଓ୍ବାର୍ନର ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧୬।୧୦(ପି.ଟି.)- ଆସନ୍ତା ବର୍ଷ ଜୁଲାଇରେ ହେବାକୁ ଥିବା ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡରେଡ୍‌’ର ଖେଳାଳିଙ୍କ ଡ୍ରାଫ୍ଟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ବାର୍ନର ସବୁଠୁ ଦାମୀ ଖେଳାଳି। ଉଭୟ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନଙ୍କ ବେସିକ୍‌ ପ୍ରାଇସ ୧.୨୫ ଲକ୍ଷ ପାଉଣ୍ଡ। ଭାରତୀୟ ମୂଦ୍ରାରେ ପ୍ରାୟ ୧.୧୪ କୋଟି ଟଙ୍କା। ବିବିସି ସ୍ପୋଟର୍‌ସ ଅନୁଯାୟୀ, ଏମାନଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଓ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କ ବେସ ପ୍ରାଇସ ମଧ୍ୟ ସମାନ ରହିଛି। ବାଂଲାଦେଶର ଅଲରାଉଣ୍ଡର ସାକିବ ଅଲ ହାସନ, ପାକିସ୍ତାନ ପେସର ମହମ୍ମଦ ଅମିର ଓ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଆଉ କିଛି ଅନ୍ତର୍ଜାତୀୟ ଖେଳାଳି ଦ୍ୱିତୀୟ ଗ୍ରୁପରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଖେଳାଳିଙ୍କ ବେସ ପ୍ରାଇସ ୧ ଲକ୍ଷ ପାଉଣ୍ଡ ରଖାଯାଇଛି। ଖେଳାଳିଙ୍କ ନିଲାମ ପ୍ରକ୍ରିୟା ରବିବାର ଅନୁଷ୍ଠିତ ହେବ। ମୋଟ ଉପରେ ୫୭୦ ଖେଳାଳି ଡ୍ରାଫ୍ଟରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୨୩୯ ବିଦେଶୀ ଖେଳାଳି ରହିଛନ୍ତି। ୧୦୦ ବଲ ବିଶିଷ୍ଟ ପ୍ରତିତଯୋଗିତାରେ ୮ ଦଳ ଜୁଲାଇ ୧୭ରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରିବେ।

Share